ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ସାରା ବିଶ୍ୱରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ। ପିଲାଠାରୁ ବୟସ୍କ ସମସ୍ତେ ଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଯୋଗ ଦିବସରେ ଯୋଗ କରିଛନ୍ତି।
ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ନବରତ୍ନ କମ୍ପାନି ନାଲ୍କୋ ବାଦ୍ ପଡ଼ିନି। ଭୁବନେଶ୍ୱରସ୍ଥିତ କର୍ପୋରେଟ ଅଫିସରେ ନାଲ୍କୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ସମେତ ଅନ୍ୟ କର୍ମଚାରୀମାନେ ଯୋଗ କରିଥିଲେ।
ସେହିପରି ଦାମନଯୋଡ଼ି ଏବଂ ଅନୁଗୁଳର ପ୍ରଡକ୍ସନ ୟୁନିଟର କର୍ମଚାରୀମାନେ ମଧ୍ୟ ଯୋଗ ଦିବସରେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ।

















