ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ ମହାସମରରେ ଶନିବାର ଭାରତ ତା’ର ପଞ୍ଚମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ। ଦିନ ୩ଟା ବେଳେ ସାଉଥମ୍ପଟନ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ ଚତୁର୍ଥ ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଆସନ୍ତାକାଲି ହେବାକୁ ଥିବା ଏହି ମ୍ୟାଚ୍‌ ବର୍ଷା ପାଇଁ ବାତିଲ୍‌ ହେବନି ତ?

ତାହେଲେ କ୍ରିକେଟ୍‌ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ୱେଦର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସାଉଥମ୍ପଟନ୍‌ରେ ପାଗ ଶୁଖିଲା ରହିବ। ତେଣୁ ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ସମୟରେ ବର୍ଷା ହେବାର ସମ୍ଭାବନା ନାହିଁ। ଭାରତୀୟ ସମୟ ଅନୁଯାୟୀ, ଅପରାହ୍‌ଣ ୪.୩୦ ଯାଏଁ ସାଉଥମ୍ପଟନ୍‌ରେ ଖରା ହେବ। ଏହା ପରେ ସାମନ୍ୟ ମେଘୁଆ ପାଗ ହେବାର ସମ୍ଭାବନା ରହିଛି।

ଶନିବାର ସାଉଥମ୍ପଟନ୍‌ରେ ତାପମାତ୍ରା ସର୍ବାଧିକ ୨୦ ଡିଗ୍ରୀ ହେବାକୁ ଥିବା ବେଳେ ସର୍ବନିମ୍ନ ୧୩ ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।

ବର୍ଷା ପାଇଁ ଚଳିତ ବିଶ୍ୱକପ ପାଣିଚିଆ ହୋଇଯାଇଛି। ବିଶ୍ୱକପରେ ବର୍ଷା ପାଇଁ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ବାତିଲ ହୋଇଥିବାବେଳେ ୩ଟି ମ୍ୟାଚ୍‌ ଡିଏଲ୍‌ଏସ୍‌ ମେଥଡରେ ଖେଳାଯାଇଛି। ଜୁନ୍‌ ୭ରେ ପାକିସ୍ତାନ-ଶ୍ରୀଲଙ୍କା, ଜୁନ୍‌ ୧୦ରେ ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା, ଜୁନ୍‌ ୧୧ରେ ବାଂଲାଦେଶ-ଶ୍ରୀଲଙ୍କା ଏବଂ ଜୁନ୍‌ ୧୩ରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହୋଇଛି। ଫଳସ୍ୱରୂପ ପ୍ରତ୍ୟେକ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Comment