ଓଡ଼ିଶାଲାଇଭ ଏଣ୍ଟରଟନେମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ପ୍ରଥମଥର ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଅଭିନେତା ଇମରାନ ହାସମୀ। ଫିଲ୍ମ ‘ଚେହରେ’ରେ ଅମିତାଭ ଓ ଇମରାନ ଏକାଠି ନଜର ଆସିବେ। ନିକଟରେ ଏହି ଫିଲ୍ମରେ ଅମିତାଭଙ୍କ ଲୁକ୍ ରିଲିଜ କରାଯାଇଥିଲା।

ଶନିବାର ଫିଲ୍ମରେ ଇମରାନଙ୍କ ଲୁକକୁ ମଧ୍ୟ ରିଲିଜ କରାଯାଇଛି। ଟ୍ରେଡ ଏନାଲିସିଷ୍ଟ ତରଣ ଦର୍ଶନ ଇମରାନଙ୍କ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଚେହରେ ଏକ ସସପେନ୍ସ ମିଷ୍ଟ୍ରି ଥ୍ରୀଲର। ‘ଚେହ୍‌ରେ’ରେ ଅମିତାଭ ଜଣେ ଓକିଲ ଚରିତ୍ରରେ ଅଭିନୟ କରୁଥିଲା ବେଳେ ଇମ୍ରାନ ହାସମୀ ଜଣେ ବିଜନେସ୍‌ମ୍ୟାନ ଚରିତ୍ରରେ ଅଭିନୟ କରୁଛନ୍ତି।

ଆନନ୍ଦ ପଣ୍ଡିତ ମୋସନ ପିକଚର୍ସ ଓ ସରସ୍ୱତୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ଫିଲ୍ମର ନିର୍ମାଣ ହେଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୂମି ଜେଫ୍‌ରୀ।

Comment