ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଅମରୀଶ ପୁରୀଙ୍କ ଜନ୍ମଦିନ ଅବସରରେ ଗୁଗଲ ଡୁଡଲ କରି ଜଣାଇଲା ଅଭିନନ୍ଦନ।

‘ମିଷ୍ଟର ଇଣ୍ଡିଆ’, ‘ନାୟକ’, ‘ଦିଲବାଲେ ଦୁଲହନିଆଁ ଲେ ଜାୟେଗେଁ’ ଓ ‘ପରଦେଶ’ ଭଳି ସୁପରିହିଟ ଭଳି ସୁପରହିଟ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକ ମନ ଜିଣିଥିଲେ ଅଭିନେତା ଅମରୀଶ ପୁରୀ।

ଆଜି ଯଦି ସେ ଆମ ଗହଣରେ ଥା’ନ୍ତେ ତ ନିଜର ୮୭ତମ ଜନ୍ମଦିନ ପାଳନ କରିଥାନ୍ତେ। ଅମରୀଶ ପୁରୀଙ୍କ ୮୭ତମ ଜନ୍ମଦିନ ଅବସରରେ ଗୁଗୁଲ ତାଙ୍କୁ ଏକ ଖାସ ଅନ୍ଦାଜରେ ମନେ ପକେଇଛି। ଏକ ସ୍ପେଶାଲ ଡୁଡଲ କରି ସିନେମା ଜଗତରେ ତାଙ୍କର ଯୋଗଦାନକୁ ମନେ ପକାଇଛି ଗୁଗଲ।

ଅମରୀଶ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ ୨୨ରେ ପଞ୍ଜାବରେ ହୋଇଥିଲା। ୭୨ ବର୍ଷ ବୟସରେ ଅମରୀଶ ୨୦୦୫ରେ ଜାନୁଆରୀ ୧୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତାଙ୍କର ଦକ୍ଷ ଅଭିନୟ ଲାଗି ଦର୍ଶକ ଆଜି ବି ତାଙ୍କୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ସେ ଜଣେ ମହାନ କଳାକାରଙ୍କ ସ୍ଥାନ ପାଇଛନ୍ତି।

ସେ ତାଙ୍କ କ୍ୟାରିୟର ଭିତରେ ନେଗେଟିଭ ଓ ପଜେଟିଭ ଉଭୟ ଚରିତ୍ରରେ ଅଭିନୟ କରିଛନ୍ତି।

Comment