ଓଡ଼ିଶାଲାଇଭ ବ୍ୟୁରୋ

ମହାପ୍ରଭୁ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଚାଲିଛି ଗୁପ୍ତସେବା। ଶନିବାର ଦେହରେ ଫୁଲୁରି ତେଲ ଲଗା ହେବା ପରେ ଆଜିଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି ହେବ। ଫଳରେ ମହାପ୍ରଭୁ ଜ୍ୱରରୁ ଉପଶମ ପାଇବେ।

ଆଜି ମଧ୍ୟାହ୍ନ ଧୂପ ପରେ ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଅଙ୍ଗରେ ଲଗାଇବେ।

ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଖାଇବେ। ଏହାକୁ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ।

ଏଥିପାଇଁ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହେଉଛି ମହୋଷଧି। ଦଶ ପ୍ରକାର ଚେର, ମୂଳ, ଛେଲିରେ ମହୌଷଧି ପ୍ରସ୍ତୁତ କରାଯାଉଛି।

ସୁସ୍ଥ ହେବାପରେ ମହାପ୍ରଭୁ ଜୁଲାଇ ୨ ତାରିଖରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ତା’ପରେ ଜୁଲାଇ ୪ରେ ଭାଇଭଉଣୀଙ୍କ ସହ ୯ ଦିନବ୍ୟାପି ଘୋଷଯାତ୍ରା କରିବେ।

Comment