ଓଡ଼ିଶାଲାଇଭ ବ୍ୟୁରୋ

ସାଧାରଣତଃ ଥଣ୍ଡା, ଜ୍ୱର, ପାଣି ଜମିବା, ସଂକ୍ରମଣ ଇତ୍ୟାଦି ଯୋଗୁ କାନରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ହେଲେ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା ସମ୍ଭବପର।

କାନରେ ଅଚାନକ ତୀବ୍ର ଯନ୍ତ୍ରଣା ହେଲେ ତର୍ଜନୀ ଆଙ୍ଗୁଠି ସାହାଯ୍ୟରେ କାନ ପଛପଟେ ୨୦-୩୦ ସେକେଣ୍ଡ ଧରି ହାଲକା ଭାବେ ଦବାନ୍ତୁ।

-କାନ ଯନ୍ତ୍ରଣା ହେଉଥିଲେ ତୁରନ୍ତ ଆଇରନ୍ ସାହାଯ୍ୟରେ ଏକ ସଫା ଓ ଶୁଖିଲା କପଡ଼ାକୁ ଗରମ କରି କାନରେ ସେକ ଦିଅନ୍ତୁ। ଔଷଧ ଅପେକ୍ଷା ଏହା ଖୁବ୍ ପ୍ରଭାବଶାଳୀ ହୋଇଥାଏ। ପାଖାପାଖି ୨୦ ମିନିଟ୍ ଧରି ଏପରି କଲେ ସୁଫଳ ପାଇବେ। ତେବେ ପିଲାଙ୍କ କାନରେ ଏଭଳି କପଡ଼ା ଦେବା ପୂର୍ବରୁ ତାତିକୁ ପରୀକ୍ଷା କରି ନିଅନ୍ତୁ।

-ଦାନ୍ତ ମାଢି ଓ କାନ ମୂଳ ମଧ୍ୟସ୍ଥ ସ୍ଥାନକୁ ଧୀରେ ଧୀରେ ମସାଜ୍ କରନ୍ତୁ। କିଛି ସମୟ ଧରି ଏପରି କଲେ କାନ ଯନ୍ତ୍ରଣାରୁ ରକ୍ଷା ମିଳିପାରିବ।

-ଉଷୁମ ପାଣିକୁ କିଛି ସମୟ ଧରି କୁଳୁକୁଳୁ କଲେ କାନ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

Comment