ଓଡ଼ିଶାଲାଇଭ ବ୍ୟୁରୋ
ଜୁଲାଇ ୫ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ସେଥିଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ୩ ପ୍ରାର୍ଥୀ। ବିଜେଡି ସମର୍ଥିତ ବିଜେପିର ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଓ ବିଜେଡି ପକ୍ଷରୁ ଅମର ପଟ୍ଟନାୟକ, ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିବେ।
ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରାଯିବ।
୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୮କୁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ନିର୍ଦ୍ଧାରଣ କରାଯାଇଛି।
ଜୁଲାଇ ୫ ତାରିଖରେ ବିଧାନସଭା ପରିସରରେ ଭୋଟ ଗ୍ରହଣ ହେବ। ସେହଦିନ ଅପରାହଣ ୫ଟା ବେଳେ ଫଳାଫଳ ଘୋଷଣା ହେବ।


















