ଓଡ଼ିଶାଲାଇଭ ବ୍ୟୁରୋ

ସ୍ନାନ ପୂର୍ଣ୍ଣିମାରେ ବ୍ୟବସ୍ଥାବଳୀର ଉଲ୍ଲଘଂନ ଅଭିଯୋଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ କିଛି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ଅବସରରେ ବିଧାୟକଙ୍କୁ ନେଇ ସ୍ନାନ ବେଦୀରେ ଦର୍ଶନ କରାଇବା ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ନୋଟିସ ଜାରି କରାଯାଇଛି।

ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା ସ୍ଵତନ୍ତ୍ର ବ୍ୟବସ୍ଥାବଳୀ। ଏଥିରେ ୩୫ଟି ସର୍ତ୍ତାବଳୀ ରହିଥିଲା । ଏଥିରେ ଉଲ୍ଲେଖ ଥିଲା ଯେ, ନୀତି ସହ ସଂପୃକ୍ତ ସେବାୟତ ମାନେ ହିଁ ମଣ୍ଡପକୁ ଯାଇ ପାରିବେ ମାତ୍ର ଏହାକୁ ଉଲ୍ଲଘଂନ କରି କିଛି ଅଣସ୍ୱୀକୃତ ସେବାୟତ ମଣ୍ଡପ ଉପରେ ଚଢ଼ିଥିଲେ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ସେବାରେ ନଥାଇ ବାରମ୍ବାର ମଣ୍ଡପ ଉପରେ ଚଢିଥିଲେ।

ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Comment