ଓଡ଼ିଶାଲାଇଭ୍ ବ୍ୟୁରୋ

କଳାମନ୍ଦିର ଗ୍ରୁପ ଦ୍ଵାରା ପଟିଆ ମେନ ରୋଡରେ ରେମଣ୍ଡର ନୂଆ ସୋରୁମ୍ ଉଦଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର କମିଶନର ସତ୍ୟଜିତ ମହାନ୍ତି ଯୋଗ ଦେଇ ଏହି ସୋରୁମକୁ ଉଦଘାଟନ କରିଥିଲେ।

ସୋରୁମ୍ ଉଦଘାଟନ ପୂର୍ବରୁ ସାମ୍ବାଦିକମାନଙ୍କୁ ସୋରୁମର ପ୍ରମୋଟର ରାଜପାଲ ସିଂ ଅରୋରା କହିଥିଲେ ଯେ, ରେମଣ୍ଡ ସୋରୁମଗୁଡ଼ିକ ଦେଶରେ ୧୯୨୫ ମସିହାରୁ ଗ୍ରାହକମାନଙ୍କୁ ଅତି ସୁକ୍ଷ୍ମ ଗୁଣବତ୍ତାର ତନ୍ତୁ ପୋଷାକ ପ୍ରଦାନ କରିଆସୁଛି।

ଏହାର ବ୍ୟାପକ କିସମର ସାମଗ୍ରୀ ରେମଣ୍ଡକୁ ଦେଶର ସବୁଠାରୁ ବଡ଼ ଖୁଚୁରା କପଡ଼ା ଦୋକାନରେ ପରିଗଣିତ କରିପାରିଛି। ରେମଣ୍ଡ ଗ୍ରାହକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ପ୍ରୟାସ ଜାରି ରଖିଛି। ଦେଶରେ ୩୮୦ରୁ ଉର୍ଦ୍ଧ୍ଵ ସହରରେ ୧୧୦୦ରୁ ଅଧିକ ସୋରୁମ ଖୋଲି ରେମଣ୍ଡ ତା’ର ଖୁଚୁରା ବିକ୍ରି ଜାରି ରଖିଛି।

ପଟିଆସ୍ଥିତ ରେମଣ୍ଡ ସୋରୁମରେ କପଡ଼ା ସହିତ ରେଡି-ଟୁ-ଓ୍ଵେର ପୋଷାକ ଯଥା ରେମଣ୍ଡ, ପାର୍କ ଅଭେନ୍ୟୁ, କଲର ପ୍ଲସ ଓ ପାର୍କସର ମିଳିପାରୁଛି ଏବଂ ଗ୍ରାହକମାନଙ୍କ ଚାହିଦା ମୁତାବକ ସିଲେଇର ମଧ୍ୟ ସୁବିଧା ରହିଛି।

Comment