ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓ୍ଵେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଅସୁସ୍ଥ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ପାରେଲ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ବ୍ରାଏନ ଲାରା ଷ୍ଟାର ନେଟଓ୍ଵର୍କରେ ବିଶ୍ଵକପ ୨୦୧୯ର ଏକ୍ସପର୍ଟ ଭାବେ ଯୋଗ ଦେଇଥିଲେ। ତେବେ ଏହି ସମୟରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିନ ୧୨.୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଙ୍ଗେସଙ୍ଗେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଡାକ୍ତରୀ ରିପୋର୍ଟ ଆସିନାହିଁ।

ବ୍ରାଏନ ଲାରା ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ୧୯୯୦ରୁ ୨୦୦୭ ପର୍ଯ୍ୟନ୍ତ ୧୩୧ ଟେଷ୍ଟ, ୨୯୯ ଦିନିକିଆ ଖେଳିଛନ୍ତି। ଲାରା ୧୩୧ ଟେଷ୍ଟ ମ୍ୟାଚ୍‌ରେ ୩୪ ଶତକ ଓ ୪୮ ଅର୍ଦ୍ଧଶତକ ବଳରେ ୧୧୯୫୩ ରନ କରିଛନ୍ତି। ସେହିପରି ୨୯୯ ଦିନିକିଆରେ ୧୯ ଶତକ ଓ ୬୩ ଅର୍ଦ୍ଧଶତକ ସହ ୧୦୪୦୫ ରନ କରିଛନ୍ତି।  ତେବେ ୨୦୦୭ ମସିହା ଏପ୍ରିଲ ୧୯ରେ ବ୍ରାଏନ ଲାରା କ୍ରିକେଟରୁ ଅବସର ନେଇଥିଲେ।

Comment