ଓଡ଼ିଶାଲାଇଭ ବ୍ୟୁରୋ

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ସରଗରମ ହୋଇଛି ଗୃହ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୃଷି ଓ କୃଷକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି। କୃଷକଙ୍କ ସଂଖ୍ୟା ନେଇ ସେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଛନ୍ତି।

ସେ ପ୍ରଶ୍ନ କରିଥିଲେ ଯେ ୨୦୧୧ ଜନଗଣନା ଅନୁସାରେ ୫୭ଲକ୍ଷ କୃଷି ଉପରେ ନିର୍ଭର କରୁଛନ୍ତି ସେଥିରୁ ୩୨.୮୦ ଲକ୍ଷ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ ଥିଲେ। ୨୦୧୯ରେ କେତେ ଜଣ କୃଷି ଉପରେ ନିର୍ଭର କରିଛନ୍ତି ହେଲେ ଏହାର ସନ୍ତୋଷଜନକ ଉତ୍ତର ରଖି ପାରିନଥିଲେ କୃଷି ମନ୍ତ୍ରୀ।

ତାରାଙ୍କ ପ୍ରଶ୍ନ?

ସେହିପରି ଆଜି ପ୍ରଶ୍ନକାଳ ସମୟରେ ଗୃହରେ ୨୦୧୦ ସୁଦ୍ଧା କେତେ ଚାଷୀ ଥିଲେ ଓ ୨୦୧୯ରେ ଏହା କେତେ ହ୍ରାସ ପାଇଛି ସେ ସେନେଇ ଉତ୍ତର ଚାହିଁଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କେବଳ ଏତିକି ନୁହେଁ ସେ ଆହୁରି ପ୍ରଶ୍ନ କରିଥିଲେ ଯେ କେତେ ଶିକ୍ଷିତ ଯୁବକ କୃଷି କ୍ଷେତ୍ରରେ ସାମିଲ ହୋଇଛନ୍ତି? ରାଜ୍ୟ ସରକାରଙ୍କ ଆଳୁ ମିଶନ, ପିଆଜ ମିଶନ କେତେ ଅଗ୍ରଗତି ହୋଇଛି?

ଏହାର ଉତ୍ତର ରଖିଥିଲେ ଅରୁଣ ସାହୁ। କୃଷି ଭିତ୍ତିକ ଉଦ୍ୟୋଗରେ ଆତ୍ମନିଯୁକ୍ତି ବଢିଛି । କୃଷି ଭିତ୍ତିକ ଉଦ୍ୟୋଗ ଯୋଗଁ ୯୩୪ ଜଣ ପ୍ରତ୍ୟେକ୍ଷ ଭାବେ, ୩ ହଜାର ୭ଶହ ୩୬ ଜଣ ପରୋକ୍ଷ ଭାବେ ଆତ୍ମନିଯୁକ୍ତି ପାଇଛନ୍ତି।  ମୋଟ ୪ ହଜାର ୬ଶହ ୭୦ ଜଣଙ୍କ ପାଇଁ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି।

ସେହିପରି  କୃଷି ସେବା କେନ୍ଦ୍ର ପ୍ରତିଷ୍ଠା ଯୋଗୁଁ ୨ ହଜାର ୫ଶହ ୮୭ ଜଣ ପ୍ରତ୍ୟେକ୍ଷ ଭାବେ ୧୦ ହଜାର ୩ଶହ ୪୮ ଜଣ ଭରୋକ୍ଷା ଭାବେ ନିଯୁକ୍ତି ପାଇଛନ୍ତି।  ମୋଟ ୧୨ ହଜାର ୯ ଶହ ୩୫ ଜଣଙ୍କ ପାଇଁ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି କହିଥିଲେ ଅରୁଣ ସାହୁ।

ଆଳୁ ମିଶନ, ପିଆଜ ମିଶନକୁ ଭିନ୍ନ ପ୍ରସଙ୍ଗ କହି ଏହାକୁ ଗୁରୁତର ଭାବେ ବିଚାର କରାଯିବ କହିଛନ୍ତି କୃଷି ମନ୍ତ୍ରୀ।

Comment