ଓଡ଼ିଶାଲାଇଭ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ଦୀର୍ଘ ୫ ବର୍ଷ ପରେ ଗୁରୁବାର ରାୟ ଆସିଛି। ଏହି  ମାମଲାରେ ୫ ଜଣଙ୍କୁ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖଲିକୋଟ ଏଡିଜେ କୋର୍ଟ।

ଏହି ୫ ଦୋଷୀ ହେଲେ ସନ୍ତୋଷ ମହାରଣା, ରମେଶ ରେଡ୍ଡୀ, ଶିବରାମ ନାୟକ, ସୁରେଶ ସାହୁ, ଶ୍ୟାମ ପୃଷ୍ଟି।  ଏମାନଙ୍କ ଭିତରେ ସନ୍ତୋଷ ମହାରଣା, ରମେଶ ରେଡ୍ଡୀ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟମାନଙ୍କୁ ଷଡ଼ଯନ୍ତ୍ରକାରୀ ଭାବେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

୨୦୧୪ ମେ’ ମାସ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଖଲିକୋଟ ନିକଟରେ ତାଙ୍କୁ  ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା। ତରୁଣ ଜଣେ ଟିଭି ସାମ୍ବାଦିକ ଭାବେ ଖଲିକୋଟ ପାଇଁ କାର୍ଯ୍ୟ କରୁଥିଲେ। ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ଖଲିକୋଟ ଥାନାର ଅଳ୍ପ ଦୂରରେ ହିଁ କିଛି ଅବରାଧୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡ ଗଞ୍ଜାମ ସମେତ ପୂରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। କାରଣ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା।

ସାମ୍ବାଦିକ ଆଚାର୍ଯ୍ୟଙ୍କୁ ଯେତେବେଳେ ହତ୍ୟା କରାଯାଇଥିଲା ସେତେବେଳେ ତାଙ୍କର ମାତ୍ର ୮ ମାସର ଏକ ଶିଶୁ କନ୍ୟା ଥିଲା। ଏହି ଘଟଣାକୁ ନେଇ ସଂପୂର୍ଣ୍ଣ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାମ୍ବାଦିକ ମହଲରେ ବି ଏହାକୁ ନେଇ ଚର୍ଚ୍ଚା ହୋଇଥିଲା।

LEAVE A REPLY

Please enter your comment!
Please enter your name here