ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟ(ଟେଷ୍ଟ, ଦିନିକିଆ ଓ ଟ୍ଵେଣ୍ଟି-୨୦)ରେ ଦ୍ରୁତତମ ୨୦,୦୦୦ରନ କରିବାରେ ତୃତୀୟ ଭାରତୀୟ ଖେଳାଳି ହୋଇପାରିଛନ୍ତି।

ତାଙ୍କର ଏହି ବିଶାଳ ରନ୍‌ ପାଇଁ ଆଉ ମାତ୍ର ୩୭ ରନର ଆବଶ୍ୟକତା ଥିଲା। ତେବେ ଆଜି ବିଶ୍ୱକପ୍‌ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଅଧିନାୟକ ବିରାଟ କୋହଲି।

ବିରାଟ କୋହଲି ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ନିକଟରେ କୋହଲି ଦ୍ରୁତତମ ୧୧,୦୦୦ ଦିନିକିଆ ରନ କରିବାରେ ରେକର୍ଡ କରିଥିଲେ। ଆଉ ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୦,୦୦୦ରନ କରିବାର ନୂଆ ରେକର୍ଡ ହାସଲ କରିଛନ୍ତି।

ଏହି ରେକର୍ଡ କରି କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇଛନ୍ତି। ତୃତୀୟ ଭାରତୀୟ କ୍ରିକେଟର ଭାବେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି କ୍ୟାପ୍ଟେନ୍‌ କୋହଲି।

ପୂର୍ବରୁ ବିରାଟ ଦିନିକିଆରେ ୧୧୦୮୭ ରନ୍‌ ସଂଗ୍ରହ କରିଥିବା ବେଳେ ଟେଷ୍ଟ ମ୍ୟାଚ୍‌ରେ ୬୬୧୩, ଏବଂ ଟି-ଟ୍ଵେଣ୍ଟିରେ ୨,୨୬୩ ରନ୍‌ ସଂଗ୍ରହ କରିଛନ୍ତି। ତେବେ ୨୦ ହଜାର ରନ ପୂରଣ ପାଇଁ ତାଙ୍କୁ ଆଉ ୩୭ ରନ୍‌ର ଆବଶ୍ୟକତା ଥିଲା। ଯାହା ସେ ଆଜି ପୁରଣ କରି ଦ୍ରୁତତମ ୨୦ହଜାର ରନ୍‌ କରିବାର ରେକର୍ଡ ହାସଲ କରିଛନ୍ତି।

Comment