ଓଡ଼ିଶାଲାଇଭ ବ୍ୟୁରୋ

ଆଉ ମାତ୍ର ୩ଟା ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳ ଚଞ୍ଚଳ ପୁରୀ ସହର। ରଥଯାତ୍ରାକୁ  ସୁରକ୍ଷିତ ଓ ସୁପରିଚାଳନା କରିବା ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପୁରୀ ଟାଉନ ହଲରେ ଉଚ୍ଚ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ସେ।

‘‘ସମଗ୍ର ପୁରୀ ସହର ସିସିଟିଭି ନଜରରେ ରହିବ। ଅର୍ଥାତ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳ, ସିଂହଦ୍ୱାର ଆଦି ସସମ୍ତ ସ୍ଥାନ ସିସିଟିଭ ନଜରରେ ରହିବ‘‘, ଆଲୋଚନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଆର୍ ପି ଶର୍ମା।

ସେ ଆହୁରି କହିଛନ୍ତି, ସିସିଟିଭିଗୁଡ଼ିକୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ରଥଯାତ୍ରା ଦିନରୁ ସୁନାବେଶ ଯାଏଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି ହେବ।

ସେହିପରି ପୁରୀରେ ୧୧୫ ପ୍ଲାଟୁନ ଫୋର୍ସ, ୨୪୦୦ ହୋମଗାର୍ଡ ସଜାଗ ରହିବେ। ବୋମା ନିଷ୍କ୍ରିୟକାରୀର ୨ ୟୁନିଟ ମୁତୟନ ରହିବେ। ଦୁଇ କମ୍ପାନି ରାପିଡ ଆକ୍ସନ ଫୋର୍ସ ପ୍ରସ୍ତୁତ। ୬୫୦ ଏସ୍‌ଆଇଙ୍କ ସମେତ ୧୫ ଜଣ ଏସ୍‌ପି ପାହ୍ୟାର ଅଧିକାରୀ ମୁତୟନ ରହିବେ। ଡିଏସ୍‌ପି ପାହ୍ୟାର ୮୦ ଜଣ ଅଧିକାରୀ, ଓଡ୍ରାଫ୍ ଟିମ ଓ ଏନ୍‌ଡିଆର୍‌ଏଫ ଟିମ୍ ମଧ୍ୟ ମୁତୟନ ରହିବେ। କୋଷ୍ଟଗାର୍ଡଙ୍କ ସହ ଭଲ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ଆର୍ ପି ଶର୍ମା।

Comment