ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୩୭ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ମହମ୍ମଦ ସାମିଙ୍କ ଘାତକ ବୋଲିଂ ପ୍ରଦର୍ଶନ କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭାରତ ସାମ୍ନାରେ ୩୩୮ ରନ୍‌ର ବିଜୟ ଲକ୍ଷ।

ଟସ୍‌ ଜିତି ଇଂଲଣ୍ଡ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ପକ୍ଷରୁ ଜସନ୍‌ ରୟ(୬୬), ଜନି ବେୟାରଷ୍ଟୋ(୧୧୧), ବେନ୍‌ ଷ୍ଟୋକ୍ସ(୭୯)ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବେୟାରଷ୍ଟୋଙ୍କ ଧୂଆଁଧାର ଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୩୭ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଆରମ୍ଭରୁ ବୋଲିଂ ବିପର୍ଯ୍ୟୟ ଘଟିଥିଲା। ତେବେ ମ୍ୟାଚ୍‌ ଶେଷ ପର୍ଯ୍ୟାୟରେ ସାମିଙ୍କ ଗାତକ ବୋଲିଂରେ ଘାଇଲା ହୋଇଥିଲା ଘରୋଇ ଇଂଲଣ୍ଡ ଟିମ୍‌। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ୍‌ ସଂଗ୍ରହ କରିଥିବା ବେଳେ ଜସପ୍ରିତ ବୁମ୍‌ରା ଏବଂ କୁଳଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଛି। ଏଥିସହିତ ଟିମ୍‌ ଇଣ୍ଡିଆ ଆଗରେ ୩୩୮ ରନ୍‌ର ବିଜୟଲକ୍ଷ୍ୟ।

Comment