ଓଡ଼ିଶାଲାଇଭ ବ୍ୟୁରୋ

ଗତକାଲି ବିଳମ୍ବିତି ରାତିରେ ଜ୍ୱରରେ ପିଡ଼ୀତ ମହାପ୍ରଭୁଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ଏହାକୁ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।  ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି ମହାରାଜାଙ୍କୁ ଦିଆଯିବ। ମହାରାଜାଙ୍କୁ ଏହି ଖବର ଦେବେ ଦଇତାପତି ସେବାୟତ। ଏଥିସହ ଆଜି ମହାପ୍ରସାଦ ବିଜେ କରିବେ ମହାପ୍ରଭୁ।

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ଗାଧୋଇ ଜ୍ୱରରେ ପିଡ଼ୀତ ଥିଲେ ଶୀଜିଉ। ଏହାପରେ ଶ୍ରୀଜିଉଙ୍କୁ ଫୁଲୁରି ତେଲ ମାଲିସ ସହିତ ବିଭିନ୍ନ ଔଷଧ ଉପଚାର କରାଯାଇଥିଲା। ଏସବୁ ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ।

ସେପଟେ ଆଉ ମାତ୍ର ୩ ଦିନ ପରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ କରିବେ ଘୋଷଯାତ୍ରା। ସେଥିଲାଗି ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲାଗିଛନ୍ତି ବିଶ୍ୱକର୍ମା।

Comment