ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଆ ଆଇଆରଏସ ଅଧିକାରୀ ଓ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ଅଧ୍ୟକ୍ଷ ପ୍ରଣବ କୁମାର ଦାସଙ୍କୁ ବିଶ୍ଵ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି।

ସିବିଆଇସି ଟ୍ଵିଟ୍ କରି କହିଛି ଯେ,”ପ୍ରଣବ ଦାସ ସିବିଆଇସିର ଅଧ୍ୟକ୍ଷ ଯିଏକି ୫ ବର୍ଷ ପାଇଁ ଡବ୍ଲୁସିଓର ନିର୍ବାଚନ ଜିତିଛନ୍ତି। ସେ ଲଣ୍ଡନର ପ୍ରାର୍ଥୀ ବିରୁଦ୍ଧରେ ୧୦୮ ଭୋଟ ପାଇଛନ୍ତି।“

ଏହାପୂର୍ବରୁ ପ୍ରଣବ ଦାସଙ୍କୁ ଡିସେମ୍ବର ୨୦୧୮ରେ ସିବିଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଅଧ୍ୟକ୍ଷ ନିଯୁକ୍ତ ହେବା ପୂର୍ବରୁ ସେ ସିବିଆଇସିର ବିଶେଷ ସଚିବ ଓ ସଦସ୍ୟ ଥିଲେ।

Comment