ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ନେହରୁ ବଙ୍ଗଳା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳୁ ଏହି ଅଞ୍ଚଳରୁ ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଘଟଣାସ୍ଥଳରେ ପାରାଦୀପ ମେରାଇନ୍ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ସବୁଠାରୁ ବଡ଼ କଥା ହେଉଛି, ଜଣଙ୍କ ମୃତ ଦେହ ନେହରୁ ବଙ୍ଗଳା ମାର୍କେଟ୍ କମ୍ପେକ୍ସ ନିକଟରୁ ମିଳିଥିବା ବେଳେ ଅନ୍ୟଟି ପୋଲିସ୍ ଷ୍ଟେସନର ୨୦୦ ମିଟର ବ୍ୟବଧାନରେ ମିଳିଛି। ଗତକାଲି ରାତିରେ ଉଭୟଙ୍କୁ ପଥରେ ଛେଚି ଛେଚି ହତ୍ୟା କରାଯାଇଥିବାର ପୋଲିସ୍ ଅନୁମାନ କରୁଛି। ତେବେ ସ୍ଥାନୀୟ ଲୋକଙ୍କ ମୂତାବିକ, ମୃତ ଦୁଇ ଜଣ ମାନସିକ ବିକୃତ ବ୍ୟକ୍ତି। ସେମାନଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ।

















