ଓଡ଼ିଶାଲାଇଭ ବ୍ୟୁରୋ

କାଶ୍ମୀର ଅଭିନେତ୍ରୀ ତଥା ନ୍ୟାସନାଲ ଆଓ୍ୱାର୍ଡ ବିଜୟିନୀ ଜାୟରା ଓ୍ୱାସୀମ ବଲିଉଡର ଜଣେ ଜଣାଶୁଣା ନାଁ। ହେଲେ ଏବେ ସେ ଫିଲ୍ମ ଦୁନିଆଁ ଅର୍ଥାତ ବଲିଉଡରୁ ସନ୍ନ୍ୟାସ ନେଇଛନ୍ତି। ଅଚାନକ ଅଭିନୟ ଛାଡ଼ିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ଜାୟରାଙ୍କ ଏଭଳି ନିଷ୍ପତ୍ତି ବଲିଉଡ ଷ୍ଟାରଙ୍କ ସମେତ ତାଙ୍କ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ନିକଟରେ ଜାୟରା ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରି ବଲିଉଡ ଛାଡ଼ିବାକୁ ଘୋଷଣା କରିଛନ୍ତି। ତାଙ୍କର ଏହି ପୋଷ୍ଟ ସମସ୍ତଙ୍କୁ ଝଟକା ଦେଇଛି। ୫ ବର୍ଷ ପୂର୍ବେ ବଲିଉଡରେ ପାଦ ରଖିବା ପରେ କେମିତି ତାଙ୍କ ଜୀବନ ବଦଳି ଯାଇଛି ସେ ସଂପର୍କରେ ଜାୟରା ଏହି ପୋଷ୍ଟରେ ଲେଖିଛନ୍ତି।

ଏହି ପ୍ରସଙ୍ଗରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଟୁଇଟ କରି କହିଛନ୍ତି,‘‘ ଜାୟରା ଫିଲ୍ମ ଦୁନିଆଁ ଛାଡ଼ିବା ସମ୍ପୂର୍ଣ୍ଣ ତାଙ୍କ ବ୍ୟକ୍ତଗତ ନିଷ୍ପତ୍ତି। ତେଣୁ ଏନେଇ ପ୍ରଶ୍ନ ଉଠାଇବା ଠିକ ହେବନି। ନିଜ ନିଷ୍ପତ୍ତି ନିଜେ ନେବାର ଅଧିକାର ଜାୟରାଙ୍କର ଅଛି।’’

ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଜାୟରା। ଏଥିରେ ସେ ସୁପରଷ୍ଟାର ଅମିର ଖାନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ୨୦୧୬ରେ ରିଲିଜ ହୋଇଥିଲେ। ଏହାପରେ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’ରେ ନଜର ଆସିଥିଲେ ଜାୟରା।

Comment