ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଲେ ଭିମସାର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫାପତ୍ର ଏଆଇସିସି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି।

ନିର୍ବାଚନ ପୂର୍ବରୁ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ସାମିଲ ହୋଇଥିଲେ। ଏହାସହ ସମ୍ବଲପୁର ବିଧାନସଭା ଆସନରୁ ମଧ୍ୟ ଲଢ଼ିଥିଲେ। ନିର୍ବାଚନ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ପୂଜାହାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପୂଜାହାରୀଙ୍କୁ ଅମପାନିତ କରାଯାଇଥିବା ତଥା ତାଙ୍କର ଜଣେ ସମର୍ଥକଙ୍କୁ ମାଡ଼ ମରାଯାଇଥିବା ଘଟଣାରେ କ୍ଷୁବ୍ଧ ହୋଇ ଡାକ୍ତର ପୂଜାହାରୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଉକ୍ତ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Comment