ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷାରେ ବେହାଲ ମୁମ୍ବାଇ। ଦୁଇ ଦିନ ହେଲା ଲଗାଣ ବର୍ଷା କାରଣରୁ ସହରର ତଳିଆ ଅଞ୍ଚଳରେ ପାଣି ପଶିଛି। ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ପିଲାଙ୍କୁ ସ୍କୁଲ ଯିବା, କର୍ମଚାରୀଙ୍କ ଅଫିସ ଯିବା କଷ୍ଟକର ହୋଇପଡ଼ିଛି।

ବର୍ଷା ଯୋଗୁଁ ଜବଜୀବନ ପ୍ରଭାବିତ ହେବା ସହିତ ମୁମ୍ବାଇରୁ ପୁନେକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଯାଇଛି।

ଟ୍ରେନ ଲାଇନରେ ବି ପାଣି ଜମି ରହିଥିବାରୁ ଲୋକାଲ ଟ୍ରେନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା ପୂର୍ବରୁ ଡ୍ରେନ ସଫା କରାଯାଇ ନଥିବାରୁ ବହୁ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।

ମୁମ୍ବାଇରେ ଭାରି ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଘଟଣା ନୁହେଁ। ପ୍ରାୟତଃ ପ୍ରତିବର୍ଷ ବର୍ଷାଦିନେ ମୁମ୍ବାଇରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ। ସେପଟେ ଆହୁରି ଗୋଟିଏ ଦିନ ମୁମ୍ବାଇରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment