ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବିଶ୍ଵକପ ମ୍ୟାଚରେ ଆଜି ଚେଷ୍ଟର ଲି ଷ୍ଟ୍ରିଟରେ ଆଜି ଓ୍ଵେଷ୍ଟଇଣ୍ଡିଜ ଶ୍ରୀଲଙ୍କା ମ୍ୟାଚ ହୋଇଥିଲା। ଏଥିରେ ପ୍ରଥମେ ବ୍ୟାଟି କରି ଶ୍ରୀଲଙ୍କା ୩୩୮ରନର ବିଶାଳ ସ୍କୋର କରିଛି। ଫଳରେ ଆଗାମୀ ଇଂନିସରେ ଓ୍ଵେଷ୍ଟଇଣ୍ଡିଜୁ ୩୩୯ରନର ଟାର୍ଗେଟ ମିଳିଛି।

ପ୍ରଥମେ ଟସ ଜିତ ଶ୍ରୀଲଙ୍କାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ୍ଵେଷ୍ଟଇଣ୍ଡିଜ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କାର ଓପନ ଭଲ ଆରମ୍ଭ କରିଥିଲେ।

ଦଳୀୟ ସ୍କୋର ୯୩ ହୋଇଥିବା ବେଳେ ଡିମୁଥ କରୁଣାରତ୍ନେ ୩୨ ରନ କରି ଆଉଟ ହୋଇଯାଇଥିଲେ। ପରେ କୁଶଲ ପରେରା ଓ ଅଭିସ୍କା ଫେରନାଣ୍ଡୋ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦଳ ପକ୍ଷରୁ କୁଶଲ ପରେରା(୬୪), ଅଭିସ୍କା ଫେରନାଣ୍ଡୋ(୧୦୪), କୁଶଲ ମେଣ୍ଡିସ(୩୯), ଲହିରୁ ଥିରିମାନେ (୪୫) ରନ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୩୩୮ରନ କରିଥିଲା।

Comment