ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ତହସିଲଦାର। ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ। ଲାଞ୍ଚ ନେବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ଜମି ଇମ୍ୟୁଟେସନ୍‌ ପାଇଁ ତହସିଲଦାର ଅବନୀକାନ୍ତ ସାହୁ ଜଣେ ବ୍ୟକ୍ତିଙ୍କ ପାଖରୁ ୧୦ ହଜାର ଟଙ୍କା ଦାବି କରୁଥିଲେ। ତେବେ ଏବିଷୟରେ ବ୍ୟକ୍ତି ଜଣକ କଳାହାଣ୍ଡି ଭିଜିଲାନ୍ସ ଆଗରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସ ଟିମ୍‌ ପହଞ୍ଚି କର୍ଲାମୁଣ୍ଡା ତହସିଲ୍‌ ଅଫିସ୍‌ରେ ଅବନୀକାନ୍ତଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛନ୍ତି।

ପୋଲିସ୍‌ ଅବନୀକାନ୍ତ ସାହୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Comment