ଓଡ଼ିଶାଲାଇଭ ବ୍ୟୁରୋ

ଦିନକ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅନ୍ୟପକ୍ଷରେ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ପ୍ରଶାସନ ଦ୍ଵାରା ରଥଟଣା ମକଡ୍ରିଲ ଆରମ୍ଭ ହୋଇଛି। ବଡଦାଣ୍ଡରେ ଯୋଉଭଳି ରଥଯାତ୍ରା ସମୟରେ ରଥ ଟଣାଯାଏ ମକଡ୍ରିଲରେ ସେହିଭଳି ରଥଟଣାଯାଇଥିଲା।

ରଥର ଚାରିପାର୍ଶ୍ଵରେ ଯେଉଁଭଳି କର୍ମଚାରୀମାନେ ରହିଥାନ୍ତି। ସେହିଭଳି ଭାବରେ ମକଡ୍ରିଲ କରାଯାଇଥିଲା। ମକଡ୍ରିଲରେ ବରିଷ୍ଠ ପୋଲିସ ଅଧିକାରୀ, ଏସପିଙ୍କ ସମେତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ।

ପୂର୍ବରୁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରକୁ ଶୃଙ୍ଖଳିତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପୁରୀ ଜିଲ୍ଲାରେ ୧୧୫ ପ୍ଲାଟୁନ ପୋଲିସ ଫୋର୍ସ, ୨୪୦୦ ହୋମଗାର୍ଡ, ୨ୟୁନିଟ ବୋମା ନିଷ୍କ୍ରିୟକାରୀ ମୁତୟନ ରହିବେ। ଏହାଛଡା ୬୫୦ ଏସଆଇଙ୍କ ସମେତ ୧୫ଜଣ ଏସପି ପାହ୍ୟାର ଅଧିକାରୀ, ଡିଏସପି ପାହ୍ୟାର ୮୦ଜଣ ଅଧିକାରୀ ଅଧିକାରୀ ମୁତୟନ ରହିବେ।

Comment