ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନର ବର୍ମିଂହାମ୍‌ଠାରେ ଆରମ୍ଭ ହୋଇଯାଇଛି ଭାରତ-ବାଂଲାଦେଶ ମଧ୍ୟରେ ଟକ୍କର। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ କ୍ରିଜ୍‌ରେ ଟିମ୍‌ ଇଣ୍ଡିଆକୁ ଆଗକୁ ନେଉଛନ୍ତି ରନ୍‌ ମାଷ୍ଟର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ।

ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ପାର୍ଟନରସିପ୍‌ ବଳରେ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ୧୦୦ ରନ୍‌ର ସ୍କୋର ପାର କରିଛି। ୨୩ ଓଭର ସୁଦ୍ଧା ରୋହିତ ଶର୍ମା ୪ଟି ଛକା ଓ ୬ଟି ୪ ବଳରେ ୮୧(୭୦) ରନ୍‌ କରିଥିବା ବେଳେ ଲୋକେଶ ରାହୁଲ ଗୋଟିଏ ଛକା ଓ ୬ଟି ୪ ବଳରେ ୬୨(୬୯)ରନ୍‌ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଭାରତକୁ ଘେରିବାକୁ ପଡ଼ିଆକୁ ଚେଷ୍ଟା ଜାରି ରଖିଛି ବାଂଲାଦେଶ ଟିମ୍‌।

ଆଜିର ମ୍ୟାଚ୍‌ରେ ବିଜୟ ହେଲେ ଭାରତ ସିଧା ସେମିଫାଇନାଲରେ ପ୍ରବେଶ କରିବ। ଏହା ସହିତ ବାଂଲାଦେଶର ସେମିଫାଇନାଲ ରାସ୍ତାରେ ପୂର୍ଣ୍ଣଛେଦ ପଡ଼ିବ। ସେମିଫାଇନାଲରେ ପ୍ରବେଶ କରିବା ପାଇଁ ବାଂଲାଦେଶକୁ ଭାରତ ସହିତ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିବାକୁ ପଡ଼ିବ।

Comment