ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ନିର୍ବାଚନ ଶେଷ ହୋଇଛି। ହେଲେ ଶେଷ ହୋଇନାହିଁ ରାଜନୀତି। ନିର୍ବାଚନ ଶେଷ ହେବାର ଦୁଇ ମାସ ପରେ ବି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ତାତି ଭାଙ୍ଗିନି।

ବାରବାଟୀ-କଟକ ବିଧାୟକ ଇଞ୍ଜିନିଅର ମହମ୍ମଦ ମୋକିମଙ୍କ ନିର୍ବାଚନକୁ ରବ୍ଦ ଘୋଷଣା ଦାବିରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ଫେରାଦ ହୋଇଛନ୍ତି।

ଦେବାଶିଷ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ମୋକିମ୍ ନିର୍ବାଚନ ସମୟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ଏଥିରେ ଭୁଲ୍ ତଥ୍ୟ ପ୍ରଦାନ କରିଛନ୍ତି। ତାଙ୍କ ସମ୍ପତ୍ତି ସମ୍ପର୍କରେ ସେ ତଥ୍ୟ ଲୁଚାଇଛନ୍ତି। ତାଙ୍କ ନାମରେ ଥିବା ଫୌଜଦାରୀ ମାମଲା ସମ୍ପର୍କରେ ମଧ୍ୟ ସଠିକ୍ ତଥ୍ୟ ପ୍ରଦାନ କରିନାହାନ୍ତି। ତେଣୁ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଶ୍ରୀ ସାମନ୍ତରାୟ ନିବେଦନ କରିଛନ୍ତି।

Comment