ଓଡ଼ିଶାଲାଇଭ ବ୍ୟୁରୋ

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା।। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ।  ସକାଳୁ ରାତି ୯ଟା ଯାଏଁ ଭକ୍ତମାନେ ବାହାର କାଠ ନିକଟରେ ପ୍ରଭୁଙ୍କ ଦର୍ଶନ କରିପାରିବେ।

ପରମ୍ପରା ଅନୁସାରେ ସକାଳ ଧୂପ ପରେ ପୂଜା ପଣ୍ଡା ସାମନ୍ତ ଆଜ୍ଞମାଳ ୩ ବାଡ଼ରୁ ଆଣି ୩ ରଥରେ ଦେବେ। ଏହାପରେ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଶେଷରେ ତାଳଧ୍ୱଜ ରଥକୁ ରଥଖଳାରୁ ଆଣି ସିଂହଦ୍ୱାର ସମ୍ମୁଖ ରଥ ଚକଡ଼ାକୁ ନିଆଯିବ। ଏହା ପରେ ୩ ରଥକୁ ଉତ୍ତରାମୁହାଁ କରି ରଖାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରେ ୩ ଠାକୁର ବିଜେ କରିବା ପରେ ରଥଟଣା ଆରମ୍ଭ ହେବ।

ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment