ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀଗୁଣ୍ଡିଚା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷକୁ ରଥକୁ ଅଣାଯାଇଥିଲା। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ ଅଣାଯାଇଥିଲା।

ଏହାପୁର୍ବରୁ ରଥ ଆଜ୍ଞାମାଳ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ମୁତାବକ ସକାଳ ଧୂପ ପରେ ପୂଜାପଣ୍ଡା ସାମନ୍ତ  ୩ ବାଡ଼ରୁ ଆଜ୍ଞାମାଳ ଆଣି ୩ ରଥରେ ଦେଇଥିଲେ।

ଅନ୍ୟପକ୍ଷରେ ଆଜି ରାତି ୯ଟା ପର୍ଯ୍ୟନ୍ତ ବାହାର କାଠ ନିକଟରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବେ। ଆସନ୍ତାକାଲିଠୁ ୯ ଦିନ ପର୍ଯ୍ୟନ୍ତ ଭାଇ ଭଉଣୀଙ୍କ ସହ ଯାତ୍ରା କରିବେ ମହାପ୍ରଭୁ।

Comment