ଓଡ଼ିଶାଲାଭ ବ୍ୟୁରୋ

ଆଇସିସି କ୍ରିକେଟ୍ ବିଶ୍ୱକପରେ ଗୋଟିଏ ଆଶ୍ଚର୍ଯ୍ୟ ଖବର ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଧୋନି ଭିନ୍ନ ଭିନ୍ନ ଲୋଗୋ ଥିବା ବ୍ୟାଟରେ ଖେଳୁଥିବା ଦେଖିବାକୁ ମିଳିଛି। ବିଶ୍ୱକପରେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଏହା ଦେଖିବାକୁ ମିଳିଛି। ଏହି ସବୁ ମ୍ୟାଚ୍ ସମୟରେ ଧୋନି ‘ଏସ୍.ଜି’, ‘ବି.ଏ.ଏସ୍’, ଏସଏସ ଲୋଗୋ ଥିବା ବ୍ୟାଟ ବ୍ୟବହାର କରିଥିଲେ। ଯାହାକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହେବା ସହ ଧୋନିଙ୍କ ଅବସର ନେବା ଘଟଣା ଚର୍ଚ୍ଚାକୁ ଆସିଛି।

କିନ୍ତୁ ଏ ସଂପର୍କରେ ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ ସୂଚନା ଦେଇ କହିଛନ୍ତି ଯେ, ‘ଏହା ସତ ଧୋନି ଏବେ ଅନେକ ବ୍ରାଣ୍ଡର ଲୋଗୋ ଥିବା ବ୍ୟାଟ୍ ବ୍ୟବହାର କରୁଛନ୍ତି, କିନ୍ତୁ ଧୋନି ଏଥିପାଇଁ କୌଣସି ଟଙ୍କା ନେଉନାହାନ୍ତି।’

ଧୋନି ଜଣେ ହୃଦୟବାନ ବ୍ୟକ୍ତି, ସେ ଏବେ ସେହି ବ୍ରାଣ୍ଡର ଲୋଗୋ ବ୍ୟବହାର କରୁଛନ୍ତି ଯେଉଁମାନେ ତାଙ୍କୁ କ୍ୟାରିଅରର ଆରମ୍ଭରେ ସାହାଯ୍ୟ କରିଥିଲେ। କ୍ୟାରିଅର ଆରମ୍ଭରେ ‘ଏସ୍.ଜି’ ଏବଂ ‘ବି.ଏ.ଏସ୍’ ଧୋନିଙ୍କୁ ବହୁତ ସାହାର୍ଯ୍ୟ କରିଥିବା କଥା ସେ କହିଛନ୍ତିା

ଧୋନିଙ୍କ ବ୍ୟାଟ୍ ଲୋଗୋ ପାଇଁ ଚୁକ୍ତି କରିଥିବା ଅଷ୍ଟ୍ରେଲିୟ କମ୍ପାନି ‘ସ୍ପାର୍ଟନ’ ବର୍ତ୍ତମାନ ଆଇନଜନିତ ସମସ୍ୟା ଦେଇ ଗତି କରୁଛି। ତେଣୁ ଧୋନି ଏହି ସବୁ ଲୋଗୋର ବ୍ୟାଟ୍ ବ୍ୟବହାର କରୁଥିବା ନେଇ ଅରୁଣ ପାଣ୍ଡେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here