ଓଡ଼ିଶାଲାଇଭ ବ୍ୟୁରୋ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଶରୀରକୁ ଫିଟ୍ ରଖିବା ଲାଗି ଲୋକମାନେ ବିଭିନ୍ନ ପ୍ରକାର କାମ କରୁଛନ୍ତି। କିନ୍ତୁ ମାନସିକ ଅବସ୍ଥା କିଭଳି ଭଲ ରହିବ ସେଥି ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ମାନସିକ ଭାବେ ଫିଟ୍ ରହିବା ପାଇଁ ହେଲେ ଏହା କରନ୍ତୁ।

କିଛି ନୂଆ କଥା ଶିଖିବାକୁ ଚେଷ୍ଟା କରନ୍ତୁ: ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରୁ ସମୟ ବାହାର କରି ଆପଣ ସବୁଦିନ କିଛି ନୂଆ କଥା ଶିଖିବାକୁ ଚେଷ୍ଟା କରନ୍ତୁ। ବିଶେଷ କରି କିଛି କ୍ରାଫ୍ଟ ଶିଖିଲେ ଆପଣଙ୍କୁ ମାନସିକ ଭାବେ ଶାନ୍ତି ମିଳିବ। ଏଥିପାଇଁ ଆପଣ କୌଣସି କ୍ରାଫ୍ଟ କ୍ଲାସରେ ଯୋଗ ଦେଇପାରିବେ। ନ ହେଲେ ପଡ଼ୋଶୀ, ବନ୍ଧୁବାନ୍ଧବ ମାନଙ୍କର ସହାୟତା ନେଇପାରିବେ ।

ସକରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକମାନଙ୍କ ସହ ମିଶନ୍ତୁ: ସକରାତ୍ମକ ଭାବନା ମଣିଷକୁ ମାନସିକ ଭାବେ ସୁସ୍ଥ ରଖିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରେ। ତେଣୁ ସକରାତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକ ଯେଉଁମାନେ କି ସବୁ ପ୍ରକାର ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳାଇବାକୁ ଉଦ୍ୟମ କରନ୍ତି ସେମାନଙ୍କ ସହ ମିଶନ୍ତୁ।

ଶାନ୍ତ ରୁହନ୍ତୁ: ଶାନ୍ତ ରହିବା ହେଉଛି ସୁଖୀ ଜୀବନର ଆଉ ଏକ ମୂଳମନ୍ତ୍ର। ଏହାଦ୍ୱାରା ସମସ୍ୟା କେବେହେଲେ କମିବ ନାହିଁ, କିନ୍ତୁ ସମସ୍ୟା ସହ ଲଢ଼ିବା ପାଇଁ ଆପଣଙ୍କୁ ଶକ୍ତି ମିଳିବ,ଯାହାକି ଆପଣଙ୍କୁ ମାନସିକ ଭାବେ ଫିଟ୍ ରଖିବ।

ଲକ୍ଷ୍ୟ ସ୍ଥିର କରନ୍ତୁ: ନିଜର ଲକ୍ଷ୍ୟକୁ ସ୍ଥିର କରନ୍ତୁ। ଯାହା କରିବା ପାଇଁ ଆପଣଙ୍କର ସ୍ୱପ୍ନ ରହିଛି ତାକୁ ପୂରଣ କରିବାକୁ ଉଦ୍ୟମ କରନ୍ତୁ। ଏହି ଉଦ୍ୟମ ଆପଣଙ୍କୁ ମାନସିକ ଭାବେ ଅବସାଦଗ୍ରସ୍ତ ହେବାକୁ ଦେବନାହିଁ।

ଅନ୍ୟର ସାହାଯ୍ୟ ନିଅନ୍ତୁ: ଆବଶ୍ୟକତା ପଡ଼ିଲେ ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତୁ। ଅନ୍ୟର ସାହାଯ୍ୟ ନେଲେ କେହି ଛୋଟ ହୋଇଯାଆନ୍ତି ନାହିଁ, ବରଂ ଏହାଦ୍ୱାରା ପାରସ୍ପରିକ ସଂପର୍କ ବଢିବ।

Comment