ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ-ଢେଙ୍କାନାଳ ହାଇୱେରେ ମଙ୍ଗଳବାର ଘଟିଛି ଏକ ବଡ଼ ଧରଣର ଲୁଟ୍‌। ଜମି କିଣିବାକୁ ଯାଉଥିବା ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ କାର ଉପରକୁ ଗୁଳିକରି ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଡାକ୍ତର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ।

ଅଭିଯୋଗ ମୂତାବିକ, ଢେଙ୍କାନାଳ ଜିଲ୍ଲାର ହୋମିଓପ୍ୟାଥି ଡାକ୍ତର ବିଜୟ ମହାପାତ୍ର ଜମି କିଣିବା ପାଇଁ ସାଥିରେ ୫୦ ଲକ୍ଷ ଟଙ୍କା ଧରି ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିଲେ। ସାଙ୍ଗରେ ଥିଲେ ଜଣେ ବନ୍ଧୁ। ଦୁଇ ବନ୍ଧୁ  ଏକ ହଣ୍ଡା ସିଟି କାରରେ ଯାଉଥିବା ବେଳେ କପୁରସିଂ ନିକଟରେ ୩ ଜଣ ଯୁବକ ବାଇକ୍‌ ଯୋଗେ ତାଙ୍କୁ ପିଛା କରିଥିଲେ। ଏହାପରେ କାର ଉପରକୁ ଗୁଳି ଚଲାଇ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।

ଏହାପରେ ଡାକ୍ତରଜଣକ ସ୍ଥାନୀୟ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପ୍ରକ୍ରିୟାରେ ସାଇଣ୍ଟିଫିକ୍‌ ଟିମ୍‌ ସାମିଲ ହୋଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି।

Comment