ଓଡ଼ିଶାଲାଇଭ ବ୍ୟୁରୋ

ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ସହରରେ। ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୁକ୍ତ ବସ୍ ହେଲପରଙ୍କୁ ପୋଲିସ ଗିରଫ କରିଛି।

ସୋମବାର ରାତିରେ ଏକ ଏସି ବସ୍‌ରେ ନାବାଳିକାଙ୍କୁ ବସ୍ ଭିତରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଶରଧାବାଲିରେ ପୀଡ଼ିତା ଜଣକ କାନ୍ଦୁଥିଲା ବେଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁମ୍ଭାରପଡ଼ା ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ବସ୍ ହେଲପରଙ୍କୁ ପୋଲିସ ଅଟକ ରଖିଥିଲା।

ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ସେ କଟକରୁ ଏକ ଏସି ବସରେ ପୁରୀ ଆସୁଥିଲା ବେଳେ ନିଦ ହୋଇଯାଇ ଥିବାରୁ ମାଳତୀପାଟପୁର ଓହ୍ଲାଇ ପାରିନଥିଲେ। ପୁରୀ ବସ୍‌ଷ୍ଟାଣ୍ଡରେ ନିଦ ଭାଙ୍ଗିଲା ବେଳକୁ ରାତି ପ୍ରାୟ ୯ଟା ହୋଇ ଯାଇଥିଲା।

ହେଲପର ଜଣକ ତାଙ୍କୁ ନାବାଳିକାଙ୍କୁ ବୁଝାଇ ସୁଝାଇ ବସରେ ଶୋଇ ପଡ଼ିବାକୁ କହିଥିଲା। ଏହାପରେ ସେ ନାବଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସେପଟେ ରଥଯାତ୍ରା ଲାଗି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ କରାଯାଇଛି। ଏତେ ସଂଖ୍ୟକ ପୋଲିସ ମୁତୟନ ହେବା ମଧ୍ୟରେ ବି ଏଭଳି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment