ଓଡ଼ିଶାଲାଇଭ ବ୍ୟୁରୋ

ସ୍ୱାସ୍ଥ୍ୟ ପାଇଁ ଆଲମଣ୍ଡ ଉପକାରୀ। ସେଥିଲାଗି ସମସ୍ତେ ଆଲମଣ୍ଡ ଖାଇବାକୁ ପରାମର୍ଶ ଦେଇଥାନ୍ତି। ବାଦାମରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଭରପୂର ଥାଏ।

ଏହା ଖାଇବା ଦ୍ୱାରା ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ। ହେଲେ କ’ଣ ଆପଣ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ହାନି ମଧ୍ୟ ପହଞ୍ଚିପାରେ। କିଛି ଲୋକଙ୍କ ପାଇଁ ଆଲମଣ୍ଡ ଖାଇବା ସାଂଘାତିକ ହୋଇଥାଏ।

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବାଦାମ ଖାଇବା ଆଦୌ ଉଚିତ ନୁହେଁ। କାରଣ ଏମାନେ ବ୍ଲଡ ପ୍ରେସର ଲାଗି ନିୟମିତ ଔଷଧ ଖାଇଥାନ୍ତି। ଓଷଧ ସହିତ ଆଲମଣ୍ଡ ଖାଇବା ଶରୀର ପାଇଁ ଭଲ ନୁହେଁ।

ଯଦି ଆପଣଙ୍କର ଡାଇଜେସନ ପ୍ରକ୍ରିୟାରେ କିଛି ସମସ୍ୟା ରହିଥାଏ ତାହେଲେ ଆପଣ ଆଲମଣ୍ଡ ଖାଇବା କଥା ନୁହେଁ। କାରଣ ଆଲମଣ୍ଡରେ ଅଧିକ ପରିମାଣର ଫାଇଭର ରହିଥାଏ। ଏହା ଆପଣଙ୍କ ସମସ୍ୟା ଆହୁରି ବଢ଼ାଇ ପାରେ।

ମୋଟା ଲୋକଙ୍କ ପାଇଁ ଆଲମଣ୍ଡ ଖାଇବା ଆଦୌ ଭଲ ନୁହେଁ। କାରଣ ଏଥିରେ କ୍ୟାଲୋରୀ ମାତ୍ରା ଅଧିକ ଥାଏ। ଏହା ଓଜନ ଆହୁରି ବଢ଼ାଇ ଥାଏ।

Comment