ଓଡ଼ିଶାଲାଇଭ ବ୍ୟୁରୋ

ଶ୍ରୀଜୀଉଙ୍କ ନବଦିନବ୍ୟାପି ରଥଯାତ୍ରାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜନ୍ମଦେବୀରେ ଆଜି ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ। ଭକ୍ତମାନେ ଆଜି ସନ୍ଧ୍ୟା ୭ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିବେ। ସନ୍ଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ।

ବାହୁଡ଼ା ଯାତ୍ରାର ପୂର୍ବଦିନ ଏହି ନୀତି ପାଳନ ହୁଏ। ଏ ପରମ୍ପରା ବହୁ ପୁରାତନ। ‘ସନ୍ଧ୍ୟା ଦର୍ଶନର ଆଧ୍ୟାତ୍ମିକ ମହତ୍ତ୍ୱ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।

ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment