ଓଡ଼ିଶାଲାଇଭ୍ ବ୍ୟୁରୋ

ନବଦିନାତ୍ମକ ଘୋଷଯାତ୍ରାର ଆଜି ଶେଷ ପର୍ଯ୍ୟାୟ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚା ମନ୍ଦିରରୁ  ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାବାହୁ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଲାଗି ଆଜି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ସକାଳ୭ଟାରୁ ୧୧ ଟା ଭିତରେ ସେନାପଟା ଲାଗି କରାଯିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ବିଜେ, ୩ଟା ସୁଦ୍ଧା ଛେରାପହଁରା ହେବ। ତା ପରେ ୪ଟାରେ ରଥଟଣା ହେବ।

ରଥାରୁଢ଼ ଦିଅଁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଆଜି ଭକ୍ତଙ୍କ ଭିଡ଼ ରହିଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଆଜି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଆସିବେ।

Comment