ଓଡ଼ିଶାଲାଇଭ ବ୍ୟୁରୋ

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭୁବନେଶ୍ଵର ନୟାପଲ୍ଲୀଠାରେ ଆର କେ ମାର୍ବଲ୍ସ କମ୍ପାନିର ଏକ ସୋରୁମ ଉଦଘାଟିତ ହୋଇଯାଇଛି। ୧୨୦୦୦ ବର୍ଗଫୁଟର ଜମି ଉପରେ ସ୍ଥାପିତ ଏହି ସୋରୁମକୁ ହର୍ଷ ଟେକରିୱାଲ ଓ ରାଜେଶ କୁମାର ଅଗ୍ରୱାଲ ଉଦଘାଟନ କରିଥିଲେ।

ଆର କେ ମାର୍ବଲ୍ସ ୧୯୯୬ ମସିହାରୁ ଗତ ୨୩ ବର୍ଷ ଧରି ରାଜଧାନୀ ଭୁବନେଶ୍ଵରରେ ସଫଳତାର ସହିତ ଟାଇଲ ଓ ମାର୍ବଲ କାରବାର କରିଆସୁଛି। ଏହି ନୂତନ ସୋରୁମ୍ ରାଜ୍ୟର ସର୍ବବୃହତ ଟାଇଲ ସୋରୁମର ମାନ୍ୟତା ହାସଲ କରିବ। ଏହି ସୋରୁମରେ କାଜରିଆ, ଏଜିଏଲ, ରାକ, ଲିଓଲି ଓ ଅନ୍ୟ ବହୁ ନାମୀ ଦାମୀ ବ୍ରାଣ୍ଡର ସୁନ୍ଦର ସୁନ୍ଦର ମାର୍ବଲ ଓ ଟାଇଲମାନ ରହିଛି। ଟାଇଲ ନିର୍ମିତ ବେଡ୍, କିଚେନ, ଓ୍ଵାସରୁମ, ବେସିନ୍, ଷ୍ଟେୟାର, ଉଡେନ କୋଟେଡ ଟାଇଲ ପରି ବିଭିନ୍ନ ପ୍ରକାରର ସୌଖିନ ଟାଇଲ ଉପଲବ୍ଧ ରହିଛି।

ଆରକେ ମାର୍ବଲ୍ସର ଆଉ ଏକ ଶାଖା ଭୁବନେଶ୍ଵରର ପଳାଶୁଣୀଠାରେ ଖୋଲିଛି। ଏହି ସୋରୁମରେ ଗ୍ରାହକମାନଙ୍କୁ  ମେଲାଂଜ ମାର୍ବଲ୍ସ ଯୋଗାଇ ଦିଆଯାଇଥାଏ। ଆରକେ ମାର୍ବଲ୍ସ ଗୁଣାତ୍ମକ ଭାବରେ ଓ ସଠିକ ଦାମରେ ମାର୍ବଲ ଓ ଟାଇଲ ବ୍ୟବସାୟ ପାଇଁ କମ୍ପାନିକୁ ଅନେକ ଥର ପୁରସ୍କୃତ କରାଯାଇଛି। ସୋରୁମର ଉଦଘାଟନ ଅବସରରେ ଦେଶ ତଥା ରାଜ୍ୟର ବହୁ ଜଣାଶୁଣା ଆର୍କିଟେକ୍ଟ ଉପସ୍ଥିତ ଥିଲେ।

ଏହି ଅବସରରେ ସୋରୁମର ମୁଖ୍ୟ ରାଜେଶ ଅଗ୍ରଓ୍ଵାଲ କହିଛନ୍ତି ଯେ ଗତ ୨୩ବର୍ଷ ହେଲା ଆମେ ଭୁବନେଶ୍ଵରରେ ଟାଇଲ ବ୍ୟବସାୟ କରିଆସୁଛୁ। ଏହି ସୋରୁମ ରାଜ୍ୟର ଏକ ନମ୍ଵର ଏକ୍ସକ୍ଲୁସିଭ୍ ସୋରୁମ। ଏହି ସୋରୁମରେ ସ୍କୋୟାର ଫୁଟ ପ୍ରତି ୨୦ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ଟାଇଲ ମିଳିବ।

ହର୍ଷ ଟେକରିୱାଲ ଗଣମାଧ୍ୟମକୁ କହିଛନ୍ତି, ‘‘୧୫ଶହରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଟାଇଲ ଆମ ସୋରୁମରେ ଉପଲବ୍ଧ। ସବୁ ବର୍ଗର ଗ୍ରାହକଙ୍କ ପାଇଁ ଏହି ସୋରୁମ ଉପଯୁକ୍ତ। ଏହାସହ ମେସିନ ଏବଂ ମିସ୍ତ୍ରୀମାନଙ୍କୁ ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।’’

Comment