ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ପାଟକୁରା ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।

ଗତ ଏପ୍ରିଲ ମାସରେ ଉତ୍କଳ ପରିଡ଼ା ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନ ବେଳେ ସେ ଏନସିପି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପାଟକୁରା ନିର୍ବାଚନ ପାଇଁ ୧୦ରୁ ଅଧିକ ମନ୍ତ୍ରୀ ଏବଂ ୩୫ରୁ ଅଧିକ ବିଧାୟକଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ସେମାନେ ପାଟକୁରାରେ କ୍ୟାମ୍ପ ପକାଇଛନ୍ତି।

ଆସନ୍ତା ୧୭ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ। ଜୁଲାଇ ୨୦ରେ ପାଟକୁରାରେ ଭୋଟ ଗ୍ରହଣ ହେବ।

Comment