ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା। ପ୍ରଥମେ ଗଡ଼ିଲା ତାଳଧ୍ୱଜ ରଥ। ଭକ୍ତମାନେ ଉତ୍ସାହର ସହ ରଥ ଟାଣି ନେଉଛନ୍ତି।

ରଥ ଉପରେ ସମସ୍ତ ନୀତିକାର୍ଯ୍ୟ ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ହରିବୋଲ, ହୁଳହୁଳିରେ ଶରଧାବାଲି କମ୍ପି ଉଠୁଛି। ଭଜନ, କୀର୍ତ୍ତନ, ଓଡ଼ିଶୀ, ମାହାରୀ ନୃତ୍ୟରେ ଶରଧାବାଲି ଅତ୍ୟନ୍ତ ଆକର୍ଷଣୀୟ ହୋଇପଡ଼ୁଛି।

ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିଟାଣି ନେଉଛନ୍ତି। ସମତାଳରେ ଘଣ୍ଟୁଆମାନେ ଘଣ୍ଟନାଦ କରୁଛନ୍ତି। ଶରଧାବାଲି ସାରା ଜଗନ୍ନାଥମୟ ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସକାଳୁ ସମସ୍ତ ନୀତି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି।

Comment