ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ିଛନ୍ତି ତିନି ଠାକୁର। ବଡ଼ଭାଇ ବଳଦେବଙ୍କ ପରେ ପରେ ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡି କରି ରଥକୁ ନେଉଛନ୍ତି।

ଆଜି ସକାଳେ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶରଧାବାଲିରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି।

ସୁଭଦ୍ରାଙ୍କୁ ସେବାୟତମାନେ ନାକଚଣା ଦ୍ୱାର ଦେଇ ଆଣୁଛନ୍ତି।

ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ଶରଧାବାଲି। ସମୁଦ୍ରବାଲିରୁ ଶରଧାବାଲି ପର୍ଯ୍ୟନ୍ତ ଲାଗିଛି ଭକ୍ତଙ୍କ ଭିଡ଼।

ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁମାନେ ଧାଡ଼ି ପହଣ୍ଡି କରି ତିନି ରଥ ଉପରକୁ ଆସୁଛନ୍ତି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ବାହୁଡ଼ା ଯାତ୍ରା ପାଇଁ ଜୋରଦାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦଶ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Comment