ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିହାରର ଜଣେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ସୁପର ୩୦’ ଆଜି ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ଅଭିନେତା ହ୍ରିତିକ ରୋଶନ ୨ ବର୍ଷ ବ୍ୟବଧାନ ପରେ ସିଲଭର ସ୍କ୍ରିନକୁ ଫେରିଛନ୍ତି।

ଫିଲ୍ମରେ ହ୍ରିତିକଙ୍କୁ ସଂପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏଥିରେ ସେ ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଫିଲ୍ମରେ ହ୍ରିତିକ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିବା ଟ୍ରେଲରରୁ ଜଣାପଡ଼ିଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହେବ ବୋଲି ଅନୁମାନ କରାଯାଉଛିା

ଫିଲ୍ମକୁ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତିା ଏହି ଫିଲ୍ମଟି ଜାନୁଆରିରେ ରିଲିଜ ହେବାର ଥିଲା। ହେଲେ ସେହି ସମୟରେ ମଣିକର୍ଣ୍ଣିକା ରିଲିଜ ହେବାରୁ ‘ସୁପର ୩୦’ର ରିଲିଜ ଡେଟ୍ ପରିବର୍ତ୍ତନ କରାଯାଇଥିଲା।

Comment