ଓଡ଼ିଶାଲାଇଭ ବ୍ୟୁରୋ

ପଞ୍ଜାବର କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ରବିବାର କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଆଜି ଟ୍ଵିଟରରେ ସେୟାର କରିଛନ୍ତି। ଟ୍ଵିଟରରୁ ଜଣା ପଡ଼ିଛି ଯେ, ଇସ୍ତଫା ପତ୍ର ସେ ଜୁନ ୧୦ରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି।

ଏକମାସ ତଳେ ସିଦ୍ଧୁଙ୍କ କ୍ୟାବିନେଟ ପାହ୍ୟାକୁ ପଞ୍ଜାବ ସରକାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଳାୟରୁ ବିଦ୍ୟୁତ ଓ ନବୀକରଣ ଉର୍ଜା ମନ୍ତ୍ରାଳୟକୁ ପରିବର୍ତ୍ତନ କରିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସିଦ୍ଧୁ ପଦଭାର ସମ୍ଭାଳିବାକୁ ମନା କରିଦେଇଥିଲେ। ପରେ ୯ ଜୁନରେ ତାଙ୍କୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଦେଖିବାକୁ ମିଲିଥିଲା।

ଲୋକସଭା ନିର୍ବାଚନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବଜ୍ୟୋତ ସିଂଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଯାହାକି ବର୍ତ୍ତମାନ ଏହି ମୋଡ଼ରେ ପହଞ୍ଚିଛି। ସେ ଏହି କାରଣରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ତାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି ଅମରେନ୍ଦ୍ର ସିଂ କହିଛନ୍ତି ଯେ, “ବୋଧେ ସେ ଉଚ୍ଚାଭିଳାଷୀ ଅଛନ୍ତି ଓ ମୁଖ୍ୟମନ୍ତ୍ରୀ ଆଶାରେ ରହିଛନ୍ତି।”

Comment