ଓଡ଼ିଶାଲାଇଭ ବ୍ୟୁରୋ

ଆପଣ ଜାଣିଛନ୍ତି କି ସକାଳୁ ସକାଳୁ ଖାଲି ପାଦରେ ଘାସ ଉପରେ ଚାଲିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ପ୍ରତି ଦିନ ଏମିତି କରିବା ଦ୍ୱାରା ଆପଣ କେତେକ ଗମ୍ଭୀର ରୋଗରୁ ମୁକ୍ତି ପାଇ ପାରିବେ।

  • ବୟସ ବଢ଼ିବା ସହ ଅଧିକାଂଶ ଲୋକଙ୍କର ପାଦରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଖାଲି ପାଦରେ ଘାସରେ ଚାଲିପାରିବେ। ଖାଲି ପାଦରେ ଚାଲିବା ଦ୍ୱାରା ଶରୀରରେ ଭଲରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ପାଦରେ ଯନ୍ତ୍ରଣା କମ୍ ହୋଇଥାଏ।
  • ଯଦି ଆପଣଙ୍କୁ ଠିକରେ ନିଦ ହେଉନାହିଁ ତେବେ ଆପଣ ସନ୍ଧ୍ୟା ସମୟରେ ୧୫ ମିନିଟ ଘାସରେ ଚଲାବୁଲା କରି ପାରିବେ। ଏମିତି କଲେ ଏହି ସମସ୍ୟା ଦୂର ହୋଇଥାଏ।
  • ସକାଳୁ ସକାଳୁ କାକରରେ ଓଦା ହୋଇଥିବା ଘାସ ଉପରେ ଚାଲିବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ।
  • ମଧୁମେହ ରୋଗୀଙ୍କ ପାଇଁ ଘାସରେ ବସିବା,ଚାଲିବା ଏବଂ ଦେଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରରେ ଅମ୍ଳଜାନର ସ୍ଥାନ ପୂରଣ ହେବା ଯୋଗୁଁ ମଧୁମେହ ସମସ୍ୟାରୁ ମୁକ୍ତି ମିଳିଥାଏ।

Comment