ଓଡ଼ିଶାଲାଇଭ୍ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଜୁଲାଇ ୨୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ସଭାପତି ଡକ୍ଟର ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଜୁଲାଇ ୨୧ରୁ ଆରମ୍ଭ ହେବ।
ସପ୍ଲିମେଣ୍ଟାରୀ ଖାତା ଦେଖାରେ ୩,୯୦୦ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଆସନ୍ତା ଜୁଲାଇ ୨୩ ସୁଦ୍ଧା ଖାତା ଦେଖା ସରିବ ବୋଲି ବୋର୍ଡ ପକ୍ଷରୁ ସୂଚନାମିଳିଛି।
ଗତ ୮ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହୋଇ ମଙ୍ଗଳବାର ଶେଷ ହୋଇଛି। ଚଳିତ ବର୍ଷ ମୋଟ ୨୭,୬୧୬ ପରୀକ୍ଷାର୍ଥୀ ୧୨୨ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ। ସେହିପରି ୯,୦୩୩ଜଣ ପରୀକ୍ଷାର୍ଥୀ ୫୫ଟି କେନ୍ଦ୍ରରେ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଦେଇଛନ୍ତି।












