ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳାଫଳ। ଏହି ପରୀକ୍ଷାରେ ମୋଟ ୪୩୩ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଫର୍ମ ଫିଲଅପ କରିଥିଲେ ମୋଟ ୧,୩୧୦ ଜଣ ଛାତ୍ରୀ। ଏମାନଙ୍କ ମଧ୍ୟରୁ ୪୩୩ଙ୍କୁ ସଫଳତା ମିଳିଛି।

ଏହା ସହିତ ଆଜି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୬,୭୭୮ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ବୋର୍ଡ ଓ୍ଵେବସାଇଟରେ ଉପଲବ୍ଧ କରାଯାଇଛି।

ଗତ ଜୁଲାଇ ୩ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାର ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୮ ତାରିଖରେ ଶେଷ ହୋଇଥିଲା। ମୋଟ ୮୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା

Tags: #Education #Exam #MatricSupplementaryExam #Result

Comment