ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲି ନିଜକୁ ଜୀବାଣୁ ମୁକ୍ତ ରଖିବା ପାଇଁ ସମସ୍ତେ ସାନିଟାଇଜର ବ୍ୟବହାର କରୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି ବାରମ୍ବାର ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିପାରେ।

ସାନିଟାଇଜର ଏକ ଏମିତି ଲିକ୍ୟୁଇଡ ଯାହା ୯୯ ପ୍ରତିଶତ ଜୀବଣୁନାଶକ ବୋଲି ବିଶ୍ୱାସ କରାଯାଏ। ହେଲେ ଏଥିରେ ଏକ ପ୍ରକାର ଟ୍ରାଇକ୍ଲୋସାନ ନାମକ କେମିକାଲ ଓ ଆଲକହଲ ମଧ୍ୟ ଥାଏ। ଏହା ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ତ୍ୱଚା ଶୁଷ୍କ ହୋଇଥାଏ।

ଅଧିକ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଏହା ରକ୍ତରେ ମଧ୍ୟ ମିଶିଥାଏ। ଏହା ରକ୍ତରେ ମିଶିବା ପରେ ମାଂସପେଶୀଗୁଡ଼ିକୁ ଦୁର୍ବଳ କରି ଦେଇଥାଏ।

ସାନିଟାଇଜରକୁ ସୁଗନ୍ଧିତ କରାଇବା ପାଇଁ ସେଥିରେ ଯେଉଁ କେମିକାଲ ମିଶିଥାଏ ତାହା ଲିଭରକୁ ପ୍ରଭାବିତ କରିଥାଏ।

ଛୋଟ ପିଲାଙ୍କ ପାଇଁ ସାନିଟାଇଜରର ବ୍ୟବହାର ମଧ୍ୟ ବିପଦ ହୋଇପାରେ। ଏହାଦ୍ୱାରା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ।

Comment