ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟକୁରରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ। ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ପାଟକୁରା ରାଜନୀତି। ପାଟକୁରା ଭୋଟକୁ ଆଉ ଦୁଇ ଦିନ ବାକି ଥିବା ବେଳେ ନୀବନ ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି!

ଆଜି ନବୀନ ଡେରାବିଶ, ଗରଦପୁର ଓ ମର୍ଶାଘାଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିବେ।

ନବୀନଙ୍କ ପାଟକୁରା ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବିଜେଡି କର୍ମୀ। ନବୀନଙ୍କ ପ୍ରଚାରକୁ ସଫଳ କରିବା ପାଇଁ ଲାଗିପଡ଼ିଛନ୍ତି ନେତା ଓ କର୍ମୀ।

୨୦୧୯ ନିର୍ବାଚନରେ ବିଜେଡି କେନ୍ଦ୍ରାପଡ଼ାର ଲୋକସଭା ଆସନ ସମେତ ସମସ୍ତ ବିଧାନସଭା ଆସନ ଅକ୍ତିଆର କରିଥିଲା। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା। ଏଣୁ ଏବେ ପାଟକୁରା ଦଖଲ କରିବା ପାଇଁ ବିଜେଡି ଜୋରଦାର ପ୍ରୟାସ ଚଳାଇଛି।

ବିଜେଡି ପ୍ରାଟକୁରାରେ ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

Comment