ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ଚିନ୍ତାର କାରଣ ସାଜିଛି। ମୁଖ୍ୟତଃ ବର୍ଷା ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦିଏ।

ଯଦି ଆପଣଙ୍କର ଦିନକୁ ୨୦୦ରୁ ଅଧିକ କେଶ ଝଡ଼ିଥାଏ ତେବେ ଆପଣ ଚନ୍ଦାପଣର ଶିକାର ହୋଇଥା’ନ୍ତିା ବହୁ ମାତ୍ରାରେ କେଶ ଝଡ଼ିବାର କାରଣ ଏବଂ କିପରି ଏହାର ଯତ୍ନ ନେବେ ସେ ବିଷୟରେ ଜାଣିବା ଆପଣଙ୍କର ନିହାତି ଆବଶ୍ୟକ।

  • ଚିନ୍ତା(ଷ୍ଟ୍ରେସ୍)ହୋଇପାରେ ଆପଣଙ୍କ କେଶ ଝଡ଼ିବାର ମୁଖ୍ୟ କାରଣ :

ଅତ୍ୟଧିକ ଚିନ୍ତା କରିବା ଦ୍ୱାରା କେଶ ଅଧିକ ମାତ୍ରାରେ ଉପୁଡ଼ିଥାଏା କେତେକ ସମୟରେ କିଛି ରୋଗ ମଧ୍ୟ କେଶ ଝଡ଼ିବାର ମୁଖ୍ୟ କାରଣ ହୋଇଥାଏା ଏପରି କେଶର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।

  • ଅତ୍ୟଧିକ ଔଷଧ ସେବନ:

କିଛି ଔଷଧ ଏମିତି ଥାଏ ଯାହାକୁ ଖାଇବା ଦ୍ୱାରା କେଶ ବହୁମାତ୍ରାରେ ଉପୁଡ଼ିଥାଏା ଯଦି ଆପଣ ପ୍ରତିଦିନ ଔଷଧ ଖାଉଛନ୍ତି, କେଶ ଅଧିକ ମାତ୍ରାରେ ଝଡ଼ିଥାଏ।

  • କେଶର ମୂଳରେ ଭଲ ଭାବରେ ତେଲ ମାଲିସ କରିବା ଦ୍ୱାରା କେଶର ମୂଳ ପଯ୍ୟନ୍ତ ତେଲ ଯାଇଥାଏ ଏବଂ ଆପଣଙ୍କ କେଶ ମଜଭୁତ ହୋଇଥାଏା ଯାହାଫଳରେ କି କେଶ ଝଡ଼ିବା କିଛି ମାତ୍ରାରେ କମିଥାଏ। ଆପଣ ନଡିଆ ତେଲ, ବାଦାମ ତେଲ, ଜାମୁ ତେଲ ଇତ୍ୟାଦି ତେଲର ଉପଯୋଗ କରିପାରିବେ।
  • ଖାଦ୍ୟରେ ସବୁଜ ପନି ପରିବା ସାମିଲ କରନ୍ତୁ। ଫଳ, ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ବର୍ଷା ପାଣିରେ ନିଜ କେଶକୁ ଓଦା କରନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଛତା କି ହେୟାର ଗ୍ଲୋଭ୍ସ ବ୍ୟବହାର କରିବେ।

Comment