ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ବୁଧବାର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ିଘଡ଼ି ସହ ବର୍ଷା ଡେବାଣ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୭ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।

ସତର୍କ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବରଜଡ଼, ବୌଦ୍ଧ, ବଲାଙ୍ଗିର, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼।

ପାଣିପାଗ କେନ୍ଦ୍ର ସତର୍କ ଅନୁଯାୟୀ, ଆଜି ସନ୍ଧ୍ୟା ୭ଟା ଯାଏଁ ଏହି ସବୁ ସ୍ଥାନଗୁଡ଼ିକରେ ବଜ୍ରପାତ ସହ ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଝଡ଼ ତୋଫାନ ସମୟରେ ଘରୁ ବାହାରକୁ ନବାହାରିବା ପାଇଁ  ପାଣିପାଗ କେନ୍ଦ୍ର ପରାମର୍ଶ କରିଛି।

ଆଜି ଅପରାହ୍‌ଣରେ କେନ୍ଦୁଝରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଫଳରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବଡ଼ସିଆଳିମାଳ ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comment