ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ପୁତୁରା ରିଜୱାନ୍ କସ୍କରକୁ ବୁଧବାର ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ଏକ୍ସଟର୍ସନ ବା ଦାଦା ବଟି ଆଦାୟ କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ୍‌ର ଆଣ୍ଟି ଏକ୍ସଟର୍ସନ ସେଲ୍‌ ରିଜୱାନ୍ କସ୍କରକୁ ଗିରଫ୍‌ କରିଛି।

ପୋଲିସ ତାକୁ ଖୋଜିବା ସୁରାକ୍‌ ପାଇ ରିଜୱାନ୍ ଦେଶ ଛାଡ଼ି ପଳାଇବାକୁ ବସିଥିଲା। ବୁଧବାର ରାତିରେ ପୋଲିସ ମୁମ୍ବାଇ ଏୟାରପୋର୍ଟରୁ ରିଜୱାନ୍ ଓ ଦୁଇ ସାଥୀଙ୍କୁ ଗିରଫ୍‌ କରିଛି।

ରିଜୱାନ୍ କସ୍କର ହେଉଛି ଦାଉଦ୍‌ ଇବ୍ରାହିମ୍‌ର ଭାଇ ଇକ୍‌ବାଲ କସ୍କରର ପୁଅ। ଏହା ପୂର୍ବରୁ ୨୦୧୭ ମସିହାରେ ଇକ୍‌ବାଲ କସ୍କର ମଧ୍ୟ ଏକ୍ସଟର୍ସନ ମାମଲାରେ ଗିରଫ୍‌ ହୋଇ ଜେଲ୍‌ରେ ଅଛି।

Comment