ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ ଭାରତୀୟ କିମ୍ଵଦନ୍ତୀ ସଚିନ ତେନ୍ଦୁଲକର। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଏଲନ ଡୋନାଲ୍ଡଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ସମ୍ମାନ ହାସଲ କରିବାର ସେ ଷଷ୍ଠ ଭାରତୀୟ।

ଏଥିପାଇଁ ଲଣ୍ଡନରେ ଆୟୋଜିତ ସମାରେହରେ ଯୋଗ ଦେଇ ସଚିନ କହିଛନ୍ତି, “ଏହା ମୋ ପାଇଁ ବହୁତ ବଡ଼ ସମ୍ମାନ।” ସଚିନ ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ କରିଥିବା ଖେଳାଳି। ଏହାଛଡ଼ା ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି।

ସଚିନ ତାଙ୍କ କ୍ୟାରିୟରରେ ୨୦୦ ଟେଷ୍ଟ ମ୍ୟାଚ ଖେଳି ୧୫୯୨୧ରନ କରିଛନ୍ତି। ଏଥିରେ ୫୧ଟି ଶତକ ରହିଛି। ଦିନିକିଆରେ ୪୬୩ ମ୍ୟାଚ ଖେଳି ୧୮ହଜାର ୪୨୬ ରନ କରିଛନ୍ତି। ଯେଉଁଥିରେ ୪୯ଟି ଶତକ ସାମିଲ ଅଛି। ଉଭୟ ଫର୍ମାଟକୁ ମିଶାଇ ୧୦୦ ଶତକ ହାସଲ କରି ରେକର୍ଡ କରିଛନ୍ତି।

ଏହି ସମ୍ମାନ ୨୦୧୮ରେ ରାହୁଲ ଦ୍ରାବିଡ, ୨୦୧୮ରେ ଅନିଲ କୁମ୍ଵଲେ, ୨୦୧୦ରେ କପିଲ ଦେବ, ୨୦୦୯ରେ ସୁନିଲ ଗାଭାସ୍କର ଓ ବିଶନ ସିଂ ବେଦୀଙ୍କୁ ମିଳିଥିଲା।

Comment